ଓଡ଼ିଆ ଜନଜାତୀୟ ଭାଷା ସାହିତ୍ୟର ସିପାହୀ ଡଃ. ମହେନ୍ଦ୍ର କୁମାର ମିଶ୍ର

ଓଡ଼ିଶାର ଜଙ୍ଗଲ ପାହାଡ଼, ଦୁର୍ଗମ ଆଦିବାସୀ ଅଞ୍ଚଳ ଗୁଡ଼ିକରେ ଏପରି ଅନେକ ଭାଷା, ଗୀତ ପରମ୍ପରା ଥିଲା ଯାହା କେବଳ ମୁଖବାଣୀରେ ସୀମିତ ଥିଲା ଆମ ଚାରିପଟେ ଅନେକ ଭାଷା ରହିଛି ସେ ମଧ୍ୟରୁ କିଛି ଭାଷାର ବ୍ୟାପକ ପ୍ରଭାବ ଆଦୃତି ରହିଛି ହେଲେ ଆହୁରି ଏମିତି ଅନେକ ଭାଷା ରହିଛି ଯାହାର ବ୍ୟାପକତା ନାହିଁ କିନ୍ତୁ ଭାଷା ସର୍ବଦା ଜ୍ଞାନର ଗନ୍ତାଘର ଯାହାର ସୁରକ୍ଷା ସଂରକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ଲୋକ ଗାୟକ ଗଳ୍ପକାରଙ୍କ କଣ୍ଠରେ ଲୁଚି ରହିଥିବା ପୁରାତନ ଜ୍ଞାନ ଯେ ଆମ ସଂସ୍କୃତିର ସବୁଜିମାକୁ ଆହୁରି ସମୃଦ୍ଧ କରିବ ଏକଥା ହୃଦୟଙ୍ଗମ କରି ଏହାକୁ ବିଶ୍ୱ ଦରବାରରେ ପରିଚୟ ଦେଇଥିବା ସାଧକ ହେଉଛନ୍ତି ନୂଆପଡାର ଡ଼ଃ ମହେନ୍ଦ୍ର କୁମାର ମିଶ୍ର

ଜଣେ ଲୋକକଳା ଗବେଷକ ଭାବେ ନିଜ ଜୀବନକୁ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଉତ୍ସର୍ଗ କରିଥିବା ଡ଼ଃ ମହେନ୍ଦ୍ର ଆଜି କେବଳ ଓଡ଼ିଶା ନୁହେଁ ସାରା ଭାରତ ପାଇଁ ସାଜିଛନ୍ତି ଗର୍ବ ଜନଜାତୀୟ ଲୋକଗୀତ କାହାଣୀ ପରମ୍ପରାକୁ ସେ ଦେଛନ୍ତି ଶବ୍ଦର ରୂପ ଯାହା ଗବେଷକ ତଥା ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷଣ ଶିକ୍ଷା ଉଦ୍ଦେଶ୍ୟରେ ଅମୂଲ୍ୟ ସମ୍ପଦ ପାଲଟିଛି ଯଦି ଆଗାମୀ ପିଢ଼ି ମାତୃଭାଷାରେ ଶିକ୍ଷା ପାଏ, ତାହାର ସୃଜନଶୀଳତା ଅସ୍ତିତ୍ୱ ଲୋପ ପାଇଯିବ ଏଣୁ ସେ କେବଳ କେବଳ ଭଷା ସଂରକ୍ଷଣ ନୁହେଁ ବହୁଭାଷୀ ଶିକ୍ଷା ବ୍ୟବସ୍ଥାର ଅଗ୍ରଣୀ ପ୍ରବକ୍ତା ସାଜିଥିଲେ ଆଜି ତାଙ୍କ ପ୍ରଚେଷ୍ଟାରେ ଲକ୍ଷ ଲକ୍ଷ ଶିଶୁ ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଉଛନ୍ତି ଯାହା ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସାହାଯ୍ୟ କରୁଛି

ମହେନ୍ଦ୍ର କୁମାର ମିଶ୍ରଙ୍କ ଏହି ସାହିତ୍ୟ ସନ୍ଧାନ ଯାତ୍ରା କୌଣସି ସୀମିତ ଚାରିକାନ୍ଥର ଅଧ୍ୟୟନ ଗୃହ ବା ପ୍ରାଥମିକ ତଥ୍ୟ ସଂଗ୍ରହର ଆଧାରରୁ ହୋଇନଥିଲା ଏହି ଯାତ୍ରାର ଆରମ୍ବ ହୋଇଥିଲା ସୁଦୂର ଆଦିବାସୀ ଅଞ୍ଚଳରୁ, ଯେଉଁଠି କଥା, ଗୀତ, ପ୍ରବାଦ, ଆଚାର ବିଚାର କେବଳ ପରମ୍ପରାର ଅଂଶ ନୁହେଁ ବରଂ ସମୁଦାୟ ଜୀବନର ଜୀବନ୍ତ ଧାରା ଥିଲା ଶୈଶବରୁ ହିଁ କେବଳ ଶବ୍ଦ ନୁହେଁ ଏହା ପଛରେ ଥିବା ସ୍ୱର, ଗାୟକ ଇତିହାସ ଜାଣିବା ପାଇଁ ଆଗ୍ରହ ଆଜି ଦିନରେ ପହଞ୍ଚିବାକୁ ମାଗ୍ର ପ୍ରଶସ୍ତ କରିଥିଲା ଓଡ଼ିଶାରେ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରିବା ସମୟରେ ସେ ଅନୁଭବ କରିଥିଲେ ଯେ ରାଜ୍ୟରେ ପ୍ରାୟ ୨୨ ପ୍ରତିଶତ ଜନଜାତିର ଅଧୀବାସୀ ଅଛନ୍ତି ସେ ମଧ୍ୟରୁ ପ୍ରାୟ ୮ଲକ୍ଷ ପିଲା ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଉନାହାନ୍ତି ସେବେଠାରୁ ସେହି ଶିଶୁମାନଙ୍କୁ ନିଜ ମାତୃଭାଷାରେ ପଢ଼ାଇବା କ୍ଷେତ୍ରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ସରକାରୀ ନିୟମ ଅଧୀନରେ ଆଞ୍ଚଳିକ ମାତୃଭାଷାରେ ଶିଶୁଙ୍କୁ ଶିକ୍ଷିତ କରିବା ବ୍ୟବସ୍ଥା କେବଳ ଓଡ଼ିଶା ନୁହେଁ ଭାରତରେ ଏକ ନୂଆ ପ୍ରୟାସ ଥିଲା ଓଡ଼ିଶାର ଏହି ଅଭିନବ ପ୍ରୟାସକୁ ସଫଳ ଉଦାହରଣ ଭାବେ ଗ୍ରହଣ କରି ଭାରତ ସରକାର ମଧ୍ୟ ବହୁଭାଷୀ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଥିଲେ ଆଜି ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଝାରଖଣ୍ଡ ଆଦି ରାଜରେ ବହୁଭାଷୀ ଶିକ୍ଷାର ପ୍ରଚଳନ ହୋଇପାରିଛି ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସଂସ୍କୃତି ଆଧାରିତ ପାଠ୍ୟକ୍ରମ ଲକ୍ଷ ଲକ୍ଷ ଶିଶୁଙ୍କୁ ଶିକ୍ଷା ସାହିତ୍ୟ ମାଧ୍ୟମରେ ସକ୍ଷମ କରିପାରିଛି ଭାଷା ବିଜ୍ଞାନ ଲୋକ ସାହିତ୍ୟରେ ଶିକ୍ଷା ଗ୍ରହଣ କରିବା ସହିତ ଜନଜାତୀୟ ସମୁଦାୟର ଭାଷାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଦାୟିତ୍ୱକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିନେଇଥିଲେ ସମଗ୍ର ରାଜ୍ୟର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ଯାତ୍ରା କରି କଥା, କବିତା, ଲୋକଗୀତ ପ୍ରବାଦ ଆଦିକୁ ମୂଳ ସ୍ୱରରେ ଶୁଣି ଧୈର୍ଯ୍ୟର ସହ ରେକର୍ଡ଼ କରନ୍ତି

ଦୀର୍ଘ ଦଶନ୍ଧି ଧରି କଳାହାଣ୍ଡିରୁ କୋରାପୁଟ ଯାଏଁ ପଦଯାତ୍ରା କରି ସଉରା ପାହାଡ଼ିଆ ତଥା ବିଭିନ୍ନ ଜନଜାତୀୟ ଅଞ୍ଚଳ ବୁଲି ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଛନ୍ତି ଆଦିବାସୀ ଲୋକସାହିତ୍ୟର ଗଭୀର ଅଧ୍ୟୟନ ପରେ ୨୫ରୁ ଅଧିକ ପୁସ୍ତକର ରଚନା କରି ଶବ୍ଦକୁ ସାହିତ୍ୟର ରୂପ ଦେଇଛନ୍ତି ଏହି ମାଧ୍ୟମରେ ପ୍ରାୟ  ୩୨ରୁ ଊର୍ଦ୍ଧ୍ୱ ଜନଜାତୀୟ ଭାଷା ଲୋକକଥାକୁ ସଂରକ୍ଷଣ କରିପାରିଛନ୍ତି ଏହି ଅନନ୍ୟ କୃତି ପାଇଁ ଡ଼ଃ ମିଶ୍ର ୨୦୨୩ରେ ୟୁନେସ୍କୋ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାର ପାଇଥିଲେ ବିଶ୍ୱ ସ୍ତରରେ ଏପରି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଏହି ନିରବଛିନ୍ନ ସାଧନାରେ ସେ ନିଜ ଜୀବନର ଦୀର୍ଘ ୪୦ ବର୍ଷ ଉତ୍ସର୍ଗ କରିଛନ୍ତି ଯେଉଁଥିପାଇଁ ସେ ଚଳିତ ବର୍ଷ ଯଶ ଗୌରବ ଅର୍ଜନ କରିଛନ୍ତି ଭାରତ ସରକାର ତାଙ୍କୁ ସାହିତ୍ୟ, ସଂସ୍କୃତି ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି

ଆମ ସଂସ୍କୃତିର ମୂଳଦୂଆକୁ ସମ୍ମାନ ପରିଚୟ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇ ପରମ୍ପରାକୁ ଶିକ୍ଷାର ସ୍ରୋତ ସହ ଯୋଡ଼ିଛନ୍ତି ଡ଼ଃ ମିଶ୍ର ମାଟିର ସ୍ୱର ଆଜି ପହଞ୍ଚିଛି ବିଶ୍ୱ ଦରବାରରେ ଆଞ୍ଚଳିକ ଭାଷାର ଅସ୍ତିତ୍ୱକୁ ଆଜି ମିଳିଛି ବ୍ୟାପକ ପରିଚୟ ଏହି ସଫଳତା ପ୍ରମାଣ କରେ ଯେ ଦୃଢ଼ ସଂକଳ୍ପ ଅଦମ୍ୟ ଚେଷ୍ଟା ପରିବର୍ତ୍ତନର ନୂତନ ଧାରା ସୃଷ୍ଟି କରିପାରିବ